କିଟର ଜମି କେଳେଙ୍କାରୀ ରୋକିବାକୁ ସ୍ପେଶାଲ ଡ୍ରାଇଭ୍ -ପୃଥୀରାଜ ହରିଚନ୍ଦନ
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଆଇନମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ। ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଯୋଜନା କରାଯାଉଛି। ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ୍ କାର୍ଯ୍ୟ କରିବ। ବ୍ୟବସାୟିକ ଉଦ୍ଦେଶ୍ୟ ହେଉ କି ଜବରଦଖଲ ହେଉ ପ୍ରକୃତ କଥା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ତେବେ କିଟରେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଦିନ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି ।
ଗତକାଲି ଅଚ୍ୟୁତ ସାମନ୍ତଙ୍କୁ ଅଢେଇ ଘଣ୍ଟା ଧରି ଜେରା କରାଯାଇଛି ।ଅନ୍ୟପକ୍ଷେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, କିଟ୍ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଏହା ସାଧାରଣ ଘଟଣା ନୁହେଁ, ଏଥିପାଇଁ ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦିତ ହୋଇଛି। ନେପାଳୀ ଛାତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଛି, ରେସିଜିମ ଚାଲିଛ। ପୂର୍ବ ସରକାରଙ୍କ ସମୟରେ ଅହେତୁକ ଅନୁକମ୍ପା ଦିଆଯାଇଥିଲା’ ବର୍ତ୍ତମାନର ସରକାର କଠୋର ଆକ୍ସନ ନେବା ଦରକାର। ଯାହା ଫଳରେ ଆଗାମୀ ଦିନରେ ଏହାର ପୁନରାବୃତ୍ତି ଯେପରି ହେବ ନାହିଁ ।
