କେନ୍ଦ୍ରାପଡ଼ା ବାଲିସାହିପାଟଣାରେ ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଘଟିଛି ଏକ ଘଟଣା । ଯୌତୁକ ପାଇଁ ୯ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ ।ମୃତ ମହିଳା ହେଉଛନ୍ତି ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ।ବାଲିସାହିପାଟଣା ଗାଁର ଦୀପକ ଦାସଙ୍କୁ ଗତବର୍ଷ ବିବାହ କରିଥିଲେ । ବର ଘର ଇଚ୍ଛା ମୁତାବକ ସମସ୍ତ ଜିନିଷ ଝିଅ ଘର ପକ୍ଷରୁ ଦିଆଯାଇଥିଲା । କିନ୍ତୁ ଶାଶୂଘର ଲୋକେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯାତନା ଦେଉଥିଲେ । ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ କରୁଛି ପୋଲିସ୍ । ସେପଟେ କଳ୍ପନାଙ୍କ ଶାଶୁ ଘର ଲୋକେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।ଝିଅ ୯ ମାସର ଗର୍ଭବତୀ ଥିବା ବେଳେ ଗତକାଲି ଝିଅକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି ।

You might also like