ରାଜ୍ୟ ସରକାର ଖୁବ୍‌ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ।

ରାଜ୍ୟ ସରକାର ଖୁବଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବାକୁ ଯାଉଛନ୍ତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ ଆଇନ ଉପରେ ପର୍ଯ୍ୟବେସିତ ହୋଇ ସରକାର ଚାଲେ ସେସବୁ ଆଇନ ଗୁଡିକର ନବୀକରଣ ବା ପୁନବିନ୍ୟାସ ଆବଶ୍ୟକତା ଅଛି I । ମାସେ ଦେଢ଼ ମାସ ଭିତରେ ଏହା ଗଠନ ହେବ ବୋଲି ମନ୍ତ୍ରୀ କହିଛନ୍ତି।