ମାଆ ଦୁର୍ଗାମେଢରେ ଦେଖିବାକୁ ମିଳିଛି ଚଳନ୍ତି ପ୍ରତିମା

ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟ ମାନେ ଦୁର୍ଗା ପୂଜାକୁ ନିଆରା ଢଙ୍ଗରେ ପୁଜନ୍ତି | ସହରର ସବୁ ପୂଜା ମଣ୍ଡପରେ, ମାଁଙ୍କ ମୃଣ୍ମୟୀ ପ୍ରତିମା ଏବଂ ଆକର୍ଷଣୀୟ ମେଢ଼ ଦେଖିବାକୁ ମିଳୁଥିବା ବେଳେ, ଏଠାରେ ରାଜଯୋଗର ନିଆରା କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ସୁସଜ୍ଜିତ ଦୁର୍ଗାମେଢ ରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା କିମ୍ବା ଚିତ୍ରକଳା ନଥିଲା ।ବିଦ୍ୟାଳୟର ଭାଇ-ଭଉଣୀ ମାନେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ଏବଂ ମହିଷାସୁର ବେଶରେ ସଜେଇ ହୋଇ, ମେଢ଼ରେ ବସିଥିଲେ । କେବଳ ସେତିକି ନୁହେଁ ଘଣ୍ଟା ଘଣ୍ଟା ଧରି ସ୍ଥିର ଏବଂ ନିଶ୍ଚଳ ଭାବେ ରହିଥିଲେ । ଦେଖିଲେ ମନେ ହେଉଥିଲା, ସତେ ଯେମିତି ଚଳନ୍ତି ପ୍ରତିମାର ଦୁର୍ଗାମେଢଟିଏ । ପୂଜା ମଣ୍ଡପ ଭଳି ମେଢ ଆଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସବୁ ପୂଜା ମଣ୍ଡପଠାରୁ ଏହା ଥିଲା ଭିନ୍ନ । ତେବେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ଏବଂ ମହିଷାସୁର ବେଶରେ ସଜେଇ ହୋଇଥିବା ବିଦ୍ୟାଳୟର ଭାଇ-ଭଉଣୀଙ୍କ ଖୁସି ନାହୁତ ଥିଲା ।