ପ୍ରେମିକାର ପ୍ରେମ ନିଆଁରେ ଜିଅନ୍ତା ଜଳିଗଲା ପ୍ରେମିକ
ଇସ୍ପାତନଗରୀ ରାଉକେଲାରେ ଘଟିଛି ଏକ ଅଭାବନୀୟ ଘଟଣା । ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରୁ ଆସିଛି ଏଭଳି ଦୁଖଦ ଘଟଣା । ପ୍ରେମିକା ଘରେ ଏପରି କିଛି ନିଷ୍ପତ୍ତି ନେଇଯାଇଥିଲେ ପ୍ରେମିକ ଜଣକ । ଶେଷରେ ଜୀବନ ମରଣ ସହ ସଂଗ୍ରାମ କରି କରି ମୃତ୍ୟୁବରଣ କରିଛି ପ୍ରେମିକ ।ରାଉରକେଲା ବନ୍ଧମୁଣ୍ଡା ସାରଦାପଲ୍ଲୀ ଅଞ୍ଚଳର ୨୪ ବର୍ଷୀୟ ଯୁବକ ରାମ ଦାସ ବେଶ୍ରା । ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ କିନ୍ତୁ ସେହି ପ୍ରେମ ପାଇଁ ଶେଷରେ ନିଜ ଜୀବନକୁ ଶେଷ କରିବାକୁ ବି ପଛାଇ ନାହାଁନ୍ତି । ସିନେମା ତୋଲିର ଜଣେ ଯୁବତୀ ଙ୍କ ପ୍ରେମରେ ପଡିଯାଇଥିଲା ରାମ । ଦୀର୍ଘ ଦିନରୁ ଏମାନଙ୍କ ଭିତରେ ଥିଲା ପ୍ରେମ ସମ୍ପର୍କ । କିନ୍ତୁ ହଠାତ କଣ ହେଲା କେଜାଣି ଗତ ୩ ତାରିଖ ରାତିରେ ରାମ ଜଳି ଯାଇଥିଲା ନିଜର ପ୍ରେମିକାର ଘରେ ।
ଏହାପରେ ରାମଙ୍କ ପରିବାର ଲୋକଙ୍କୁ ନ ଜଣାଇ ପ୍ରେମିକାର ଘର ଲୋକେ ରାମଙ୍କୁ ନେଇ ଯାଇଥିଲେ ହସ୍ପିଟାଲ । ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ରାମଦାସଙ୍କୁ ନେଇ ପ୍ରଥମେ ଆଇଜିଏଚ ଏବଂ ପରେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ କଟକ ହସ୍ପିଟାଲରେ ପ୍ରାଣ ହରାଇଥିଲେ ରାମ ।ଏହାପରେ ନ୍ୟାୟ ଦାବିରେ ବନ୍ଧମୁଣ୍ଡା ଥାନାର ଦ୍ୱାରସ୍ଥ ହେଇଛନ୍ତି ରାମଦାସଙ୍କ ପରିବାର ଲୋକେ ।ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ମାମଲା ମଧ୍ୟ ରୁଜୁ କରିଛି । କିନ୍ତୁ କେଉଁ କାରଣ ପାଇଁ ଏ ଅଘଟଣ ଘଟିଲା ତା ଉପରୁ ପରଦା ହଟିନାହିଁ ? ଘଟଣା ପଛରେ ପ୍ରେମିକାର ସମ୍ପୃକ୍ତି ଅଛି କି ନାହିଁ ସେ କଥା ମଧ୍ୟ ଜଣାପଡିନାହିଁ ।
