ଗ୍ରାହକଙ୍କୁ ବଡ଼ ଝଟକା: ବଢିଲା ଗ୍ୟାସ ଦର
ମହଙ୍ଗା ହେଲା ଏଲପିଜି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ ଅଏଲ ମାର୍ଚ୍ଚ ୧ ତାରିଖରୁ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬ ଟଙ୍କା ବୃଦ୍ଧି କରିଛି, ଯାହା ଦ୍ୱାରା ଏହା ପୂର୍ବରୁ ପ୍ରତି ସିଲିଣ୍ଡର ମୂଲ୍ୟ ୧୭୯୭ ଟଙ୍କାରୁ ୧୮୦୩ ଟଙ୍କା ହୋଇଛି। ଦିଲ୍ଲୀରେ ୧୪ କିଲୋଗ୍ରାମ୍ ଘରୋଇ ଏଲପିଜି ସିଲିଣ୍ଡର ଏବେ ବି ୮୦୩ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୨୯ , ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଥରେ ୮୧୮.୫୦ ଟଙ୍କା ରହିଛି।ଅନ୍ୟପଟେ ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୧୩ ଟଙ୍କା ହୋଇଛି।
