କଟକରେ ଆସନ୍ତା ୧୪ରେ ହେବ ମା’ଙ୍କ ଭସାଣ ଉତ୍ସବ

କଟକରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ମାଆଙ୍କ ଭସାଣି ଉତ୍ସବ । ସହରର ୧୭୦ ଟି ପୂଜା ମଣ୍ଡପ ଭିତରୁ ୧୨୦ରୁ ଅଧିକ ମୂର୍ତ୍ତି ପୁରୀଘାଟ ଦେବୀଗଡା ଠାରେ ବିସର୍ଜନ କରାଯିବ । ମୂର୍ତ୍ତି ବିସର୍ଜନ ପାଇଁ କାଠଯୋଡ଼ି ନଦୀ ପଠାରେ ମୋଟ ତିନିଟି ଅସ୍ଥାୟୀ କୃତ୍ରିମ ପୋଖରୀ କରାଯାଉଛି । ନଦୀରେ ପାଣି କମ ଥିବାରୁ, ବଡ ପମ୍ପ ଜରିଆରେ ପୋଖରୀରେ ପାଣି ଭର୍ତ୍ତି କରିବାକୁ ଯୋଜନା ରହିଛି । ଦେବୀଗଡ଼ାରେ ପରିମଳ, ପାନୀୟ ଜଳ ଓ ଆଲୋକୀକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି କଟକ ମେୟର ।ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି । ଚଳିତ ବର୍ଷ କଟକର ଦୁର୍ଗାପୂଜା ଭସାଣିରେ ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଛି । ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ନିଶାମୁକ୍ତ ଭସାଣି ଓ ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି ।