ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ଏକନାଥ ସିନ୍ଦେ ରାଜଭବନ ପହଞ୍ଚି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମହାୟୁତିର ବିପୁଳ ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି ।ଆଜି ଗଠନ ହେବା କଥା ନୁଆ ସରକାର କିନ୍ତୁ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ କିନ୍ତୁ କିଏ ହାତେଇବେ ମୁଖ୍ୟମନ୍ତ୍ରୀ ଗାଦି ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ହୋଇପାରେ ସ୍ପଷ୍ଟ ବୋଲି ଅନୁମାନ କରାଯାଉଛି । ୨୮୮ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟକୁ ୨୩୫ଟି ଆସନ ମିଳିଛି । ବିଜେପିକୁ ସର୍ବାଧିକ ୧୩୨ଟି ଆସନ ମିଳିଥିବାବେଳେ ଶିବସେନାକୁ ୫୭ ଏବଂ ଏନସିପିକୁ ୪୧ଟି ଆସନ ମିଳିଛି ।

You might also like