ବ୍ୟାସ ସରୋବରର ନବୀକରଣର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହର୍ଷି ବ୍ୟାସଦେବଙ୍କ ଏଠି ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଏହି ଟାଉନ ହଲ ବିଶେଷ ସହାୟକ ହେବ।
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ମଧ୍ୟ ଉଦଘାଟନ କରିଛନ୍ତି। ମହର୍ଷି ବ୍ୟାସଦେବ ସେଠାରେ ମହାଭାରତର ଶେଷ ପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା’ ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ମୋଟ ୧୮ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୯୦୦କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
