ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ସଲମାନ ଖାନଙ୍କ ଘରେ ପଶିଲେ ଅଜଣା ମହିଳା ।

ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ସଲମାନଙ୍କ ମୁମ୍ବାଇରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ଜଣେ ଅଜଣା ମହିଳା ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଯାହା ପରେ ମୁମ୍ୱାଇ ପୋଲିସ ସେହି ମହିଳାଙ୍କୁ ଗିରଫ କରିଛି ।ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମହିଳା ଜଣକ ହାଇ-ପ୍ରୋଫାଇଲ୍ ଆପାର୍ଟମେଣ୍ଟର ସିକ୍ୟୁରିଟି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସଲମାନଙ୍କ ଘରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅଟକାଇ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଛି । ବର୍ତ୍ତମାନ ତାଙ୍କର ପରିଚୟ ଏବଂ ଅନ୍ୟ ଡିଟେଲସ୍ ଯାଞ୍ଚ କରୁଛି ପୋଲିସ । ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ଯେ ମହିଳା ଜଣକ ମୁମ୍ବାଇର ବାସିନ୍ଦା ନା ଅନ୍ୟ କୌଣସି ସହରର । ତେବେ ଏହି ଘଟଣା ପ୍ରଥମ ନୁହେଁ ।ସଲମାନ ଖାନଙ୍କୁ ପୂର୍ବରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଅନେକ ଧମକ ମିଳିଛି। ତାଙ୍କ ଘର ଉପରକୁ ଗୁଳି ଚଳାଇବାର ଘଟଣା ମଧ୍ୟ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି, ମହାରାଷ୍ଟ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ ସଲମାନ ଖାନଙ୍କ ଘରେ ଅନୁପ୍ରବେଶ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ “ସଲମାନ ଖାନଙ୍କୁ ଏପର୍ଯ୍ୟନ୍ତ ମିଳିଥିବା ଧମକ ଯୋଗୁଁ ତାଙ୍କୁ ସୁରକ୍ଷା ଦିଆଯାଇଛି। ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ସଲମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।”

You might also like