ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। 

ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।ପଶ୍ଚିମବଙ୍ଗ ବେଲଦାରେ ଗତକାଲି ରାତିରୁ ଶତାଧିକ ଆଳୁ ଟ୍ରକ ଅଟକି ରହିଛି । ଗାଡିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ ।

ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ପ୍ରଶାସନ । ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଞ୍ଚ କରାଯାଇଛି । ତେବେ ବିଧାନସଭା ଚାଲିଥିବାବେଳେ ପୁଣି ଦିଦିଙ୍କ ଆଳୁଗାଡି ଅଟକାଇବାକୁ ନେଇ ଗୃହରେ ଆଳୁ ପ୍ରସଙ୍ଗ ଝଡ ସୃଷ୍ଟି କରିପାରେ।

You might also like