ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

ବହୁ ବିବାଦ ପରେ ଶେଷରେ ମମତା କୁଲକର୍ଣ୍ଣୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋମବାର ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ମମତା କୁଲକର୍ଣ୍ଣୀ କହିଛନ୍ତି, ମୁଁ ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଉଛି। ଦୁଇ ଆଖଡ଼ା ମଧ୍ୟରେ ମୋତେ ନେଇ ଯେଉଁ ବିବାଦ ଚାଲିଛି ସେଥିରେ ନେଇ ମୁଁ ମର୍ମାହତ। ମୁଁ ଜଣେ ସାଧ୍ଵୀ ଥିଲି ଏବଂ ଆଗକୁ ରହିବି ମଧ୍ୟ।ମୋତେ ମହାମଣ୍ଡଳେଶ୍ୱରର ସମ୍ମାନ ଦିଆଯାଇଥିଲା। ହେଲେ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସାଜିଛି। ମୁଁ ବଲିଉଡକୁ ୨୫ ବର୍ଷ ପୂର୍ବେ ଛାଡ଼ିଦେଇଥିଲି।

”ମୋର ଯେଉଁ ଗୁରୁ ଅଛନ୍ତି, ଯାହାଙ୍କ ସାନିଧ୍ୟରେ ଘୋର ତପସ୍ୟା କଲି, ତାଙ୍କ ବରାବର ତ ମୋତେ ସମ୍ମାନ ଦେଲେ ନାହିଁ। ଓଲଟା ବହୁ କିଛି ଶୁଣିବାକୁ ପଡ଼ିଲା।ମୋତେ କୌଣସି କୈଳାସ କିମ୍ବା ମାନସରୋବର ଯିବାର ଆବଶ୍ୟକତା ନାହିଁ। ମୋତେ ନେଇ ଯେଉଁ ଲୋକଙ୍କ ଆପତ୍ତି ଅଛି, ସେମାନଙ୍କ ବିଷୟରେ କମ କହିବାକୁ ଉଚିତ୍ ଭାବୁନି। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ମୁଁ କାହାକୁ ଟଙ୍କା ଦେଇ ପ୍ରଲୋଭିତ କରି ନାହିଁ ବୋଲି ମମତା କୁଲକର୍ଣ୍ଣୀ କହିଛନ୍ତି। ।

You might also like