ମାଣ୍ଡିଆ ଏହି ରୋଗ ସବୁ ଦୁର ହୁଏ।

ମାଣ୍ଡିଆ ଏକ ଏଭଳି ଶସ୍ୟ ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ । ଏହାକୁ ଚୁନା କରି ସାଧାରଣତଃ ଜାଉ କିମ୍ବା ପିଠା କରି ଖିଆଯାଏ। କେବଳ ଗ୍ରାମାଞ୍ଚଳ ମାନଙ୍କରେ ନୁହେଁ ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି। ଏହା ଯେ କୌଣସି ତେଜରାତି ଦୋକାନ ମାନଙ୍କରୁ ସହଜରେ ମିଳିଯାଉଛି। ତେବେ ମଣ୍ଡିଆରେ ଭରି ରହିଛି ଅନେକ ପ୍ରକାର ଔଷଧୀୟ ଗୁଣ। ମାଣ୍ଡିଆ ରେ ଶୂନ୍ୟ ପ୍ରତିଶତ କୋଲେଷ୍ଟ୍ରାଲ ଓ ସୋଡ଼ିୟମ ରହିଛି ।

ପୋଷାକ ତତ୍ତ୍ଵ ରେ ଭରପୁର ରହିଥିବା ମାଣ୍ଡିଆ ରେ କ୍ୟାଲସିୟମ , ଭିଟାମିନ , କାର୍ବୋହାଇଡ୍ରେଟ , ପ୍ରୋଟିନ ଓ ଫାଇବର ଅନେକ ମାତ୍ରାରେ ରହିଛି। ତେବେ ଆସନ୍ତୁ ଜାଣିବା ମାଣ୍ଡିଆର କେତେକ ସ୍ଵାସ୍ଥ୍ୟଗତ ଉପକାରିତା ସଂପର୍କରେ। ଆଜିକାଲିର ଅଧିକାଂଶ ଲୋକମାନଙ୍କ ଠାରେ ମେଦ ବହୁଳତା ଏକ ମୁଖ୍ୟ ସମସ୍ୟା ପାଲଟିଛି। ଶରୀରର ମେଦ ବୃଦ୍ଧି ପାଇବା ହେତୁ ଅନ୍ୟାନ୍ୟ ସ୍ଵାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଉଛି। ତେବେ ମାଣ୍ଡିଆ ଚୁନା ଶରୀରର ମେଦକୁ କମ୍ କରିଥାଏ। ଏଥିରେ ପ୍ରଚୁର ପରିମାଣର ଫାଇବର ଭରି ରହିଛି। ଯାହାକୁ ଖାଇବା ଦ୍ୱାରା ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ତେଣୁକରି ଯେଉଁ ଲୋକମାନେ ଓଜନ କମାଇବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ମାଣ୍ଡିଆ ଏକ ସହଜ ଓ ସରଳ ଉପାୟ । ପ୍ରତିଦିନ ମାଣ୍ଡିଆ ଖାଇବା ଦ୍ବାରା ପେଟର ଚର୍ବି ହ୍ରାସ ପାଏ। ମାଣ୍ଡିଆରେ ଭରି ରହିଛି ପ୍ରଚୁର ପରିମାଣର କ୍ୟାଲସିୟମ। ଯାହାକି ମଣିଷର ହାଡକୁ ସୁସ୍ଥ ରଖିଥାଏ। ଏହାଦ୍ବାରା ଶରୀରର ଆଣ୍ଠୁ ଗଣ୍ଠି ଜନିତ ସବୁ ସମସ୍ୟା ଦୁର ହୋଇଥାଏ ।ଯଦି ଆପଣ ୧୦୦ଗ୍ରାମ ମାଣ୍ଡିଆ ଖାଇବେ ତେବେ ସେଥିରେ ୩୪୪ ମିଲିଗ୍ରାମ୍ କ୍ୟାଲସିୟମ ରହିଛି ।

ଯାହାକି ଆପଣଙ୍କୁ ହାଡ ଜନିତ ସମସ୍ୟାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ।ମଣ୍ଡିଆରେ କୋଲେଷ୍ଟ୍ରାଲ ଓ ସୋଡ଼ିୟମ କମ ରହିଥିବା ସହିତ ଆଇରନ୍ ,ମଗ୍ନେଶିୟମ ଓ ଫାଇବର ଭଳି ଖଣିଜ ପଦାର୍ଥ ଅଧିକ ମାତ୍ରାରେ ରହିଛି। ଯାହାକି ଆମ ହୃତପିଣ୍ଡ ସୁସ୍ଥ ରଖେ। ଏହା ସହିତ ଶରୀରର ରକ୍ତଚାପ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ ମାଣ୍ଡିଆ ହେଉଛି ସଂଜୀବନୀ ସଦୃଶ। ଚାଉଳ ଓ ଅଟା ତୁଳନାରେ ଏଥିରେ ଅଧିକ ଫାଇବର ରହିଛି ।ମାଣ୍ଡିଆ ର ଗ୍ଲାଇ ସେମିକ୍ ଇଣ୍ଡେକ୍ସ ଖୁବ୍ କମ ଅଟେ । ତେଣୁକରି ପ୍ରତିଦିନ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।