ସବୁଜ ବାଣ ବିଷୟରେ ଜାଣନ୍ତୁ | କେଉଁଠି ମିଳେ
ଦୀପାବଳିରେ ଫୁଟିବନି କେମିକାଲଯୁକ୍ତ ବାଣ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ ? ପାରମ୍ପାରିକ ବାଣରେ ଆର୍ସେନିକ , ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶିଥାଏ । ଗ୍ରୀନ କାକର ଅପେକ୍ଷାକୃତ ସ୍ୱଚ୍ଛ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ । ଗ୍ରୀନ କାକରରେ କ୍ଷତିକାରକ କେମିକାଲ ମିଶି ନଥାଏ । ଗ୍ରୀନ କାକରରେ ଆଲୁମିନିୟମ, ଲିଡ ଓ କାର୍ବନ ଥାଏ ।
ଏହି ବାଣ ଫୁଟାଇବା ବେଳେ କମ ଅଙ୍ଗାରକାମ୍ଳ ବାହାରିଥାଏ । ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦର ସହେଯାଗରେ ବିକଶିତ ହେବା ଆବଶ୍ୟକ । ଗ୍ରୀନ କ୍ରାକର ପ୍ୟାକେଟରେ ସିଏସଆଇଆର ସାର୍ଟିଫାଏଡ ଗ୍ରୀନ ଲୋଗୋ ଥିବ । କ୍ୟୁଆର କୋଡ ମଧ ପ୍ୟାକେଟରେ ରହିଥାଏ । କ୍ୟୁଆର କୋଡ ସ୍କାନ କରିବା ଦ୍ୱାରା ନିର୍ଗମନ ସ୍ତର ଜଣାପଡେ । ଅନ୍ୟାନ୍ୟ ସୁରକ୍ଷା ଦିଗ ବିଷୟରେ ସୂଚନା ମିଳିଥାଏ । ଫଳରେ ସହଜରେ ଚିହ୍ନଟ କରିପାରିବେ ଗ୍ରାହକ । କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାମାନେ ସବୁଜ ବାମ ବିକ୍ରି କରନ୍ତି ।ଶୀତ ଆରମ୍ଭ ସହ ଦୀପାବଳିରୁ ହିଁ ବଢିଥାଏ ପ୍ରଦୂଷଣ। ଏଥିଲାଗି ବାଣ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଦୀପାବଳିରେ ରାତି ୭ରୁ ୯ ଯାଏ ବାଣ ଫୁଟାଯାଇ ପାରିବ । ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ହୋଇଛି । ଏହି ବାଣକୁ ପେସା ନାମକ ସଂସ୍ଥା ଯାଞ୍ଚ କରିବ । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଉପରେ ନିଷେଧାଦେଶ ଜାରି ହୋଇଛି।