ବିଦ୍ୟୁତ୍ ଟାୱାରରେ ଚଢ଼ିଗଲେ ଯୁବକ ଆଉ ଶୋଇ ପଡିଲେ
କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି କଲଣ୍ଡା ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସ୍ଥାନୀୟ ଅମୃତପଡା ଗାଁର ନେତ୍ର ମୁଣ୍ଡା ସେଠାକୁ ଆସିଥିଲେ। ଏହି ସମୟରେ ସେ ଟାୱାର ଉପରକୁ ଚଢି ଉପରେ ଶୋଇ ପଡିଥିଲେ । ଲୋକେ ବୁଝା ସୁଝା କରିବା ପରେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଥିଲେ ।ହେଲେ ଯୁବକ ଜଣକ ଟାୱାର ଉପରକୁ କାହିଁକି ଚଢ଼ିଲେ ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷେ ଯୁବକ ଜଣକ ମାନସିକ ବିକୃତ ଥିବା ସୂଚନା ମିଳିଛି। ସେ ହେଲେ ନେତ୍ର ମୁଣ୍ଡା(୬୦)। ତାଙ୍କ ଘର ସ୍ଥାନୀୟ ଅମୃତପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।
