ଅନ୍ତେବାସୀ ପିଲାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ମନ୍ତ୍ରୀ
ଅନ୍ତେବାସୀ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକ ମନ୍ତ୍ରୀ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ,ଓଡ଼ିଶାରେ ୧୪୭ ବିଧାୟକ ଅଛନ୍ତି । ଜଣେ ଜଣେ ବିଧାୟକ ଯଦି ୫ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବେ ତେବେ ୫୦୦ରୁ ଉର୍ଦ୍ଧ ପିଲାଙ୍କ ଭାଗ୍ୟ ପରିବର୍ତନ ହୋଇଯିବ ।ବର୍ତ୍ତମାନ, ମିଶନ ବତ୍ସାଳୟ ଏବଂ ପିଏମ କେୟାର ଯୋଜନା ଅଧୀନରେ ସମଗ୍ର ରାଜ୍ୟରେ ୨୨୫ଟି ପଞ୍ଜିକୃତ ଶିଶୁ ଯତ୍ନ ଅନୁଷ୍ଠାନରେ ୮୬୮୩ରୁ ଅଧିକ ଶିଶୁମାନଙ୍କର ଯତ୍ନ,ସୁରକ୍ଷା, ବିକାଶ ତଥା ସହଭାଗିତାର ଅଧିକାରଗୁଡ଼କୁ ଜିଲା ଶିଶୁ ସୁରକ୍ଷା ୟୁନିଟଗୁଡିକ ମାଧ୍ୟମରେ ନିଶ୍ଚିତ କରାଯାଉଛି । ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ପିଲାମାନଙ୍କୁ ବିଧାୟକ ଏବଂ ମନ୍ତ୍ରୀମାନେ ପୃଷ୍ଠପୋଷକ ଯତ୍ନ ନେବା ନିମନ୍ତେ ଗ୍ରହଣ କରିବା ଦିଗରେ ରାଜ୍ୟ ସରକାର ବିଚାର କରିବେ ।