ଫକୀରମୋହନ କଲେଜରେ ଛାତ୍ରୀଙ୍କ ଆତ୍ମାହୂତୀ ଉଦ୍ୟମ : ପ୍ରିନ୍ସିପାଲ ଏଚ୍‌ଓଡି ନିଲମ୍ବିତ

ବାଲେଶ୍ବର ଫକୀରମୋହନ କଲେଜରେ ଛାତ୍ରୀ ଦେହରେ ନିଆଁ ଲଗାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ଫକୀରମୋହନ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ HOD ସମୀର ସାହୁ ସସ୍‌ପେଣ୍ଡ ହୋଇଛନ୍ତି ।କାର୍ଯ୍ୟାନୁଷ୍ଠାନ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ପାଖାପାଖି ଛଅ ମାସ ତଳେ ଅଧ୍ୟାପକ ଜଣକ ଛାତ୍ରୀଙ୍କ ଠାରୁ ଶାରୀରିକ ପ୍ରାପ୍ୟ ଆଶା କରିଥିଲେ। ମାତ୍ର ଛାତ୍ରୀ ଜଣକ ଅସ୍ବୀକାର କରିବାରୁ ଅଧ୍ୟାପକ ସମୀର ସାହୁ ଛାତ୍ରୀ ଜଣଙ୍କୁ ପ୍ରଥମେ କ୍ଲାସ ଅନୁପସ୍ଥିିତିକୁ କେନ୍ଦ୍ରକରି ଫେଲ୍ କରିଦେବାର ଧମକ ଦେଇଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନର କିଛି ଘଟଣାବଳୀକୁ ତାଙ୍କ ପିତାମାତାଙ୍କୁ ଫୋନ ସାହାଯ୍ୟରେ ଜଣାଇଥିଲେ। ଯାହାକି ସମ୍ପୂର୍ଣ୍ଣ ରୂପେ ଅଯୌକ୍ତିକ ଥିଲା। ଛାତ୍ରୀ ଜଣକ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମ ପ୍ରାପ୍ତ ଟ୍ରେନର। ସରକାରୀ ପ୍ରଶିକ୍ଷଣ ଶିବିର ଏବଂ ନିଜର ବ୍ୟକ୍ତିଗତ କାରଣରୁ ବହୁ ସମୟରେ ଅନୁପସ୍ଥିତ ରୁହନ୍ତି। ଏହି ସୁଯୋଗର ଫାଇଦା ଉଠାଇ ବାରମ୍ବାର ଛାତ୍ରୀ ଜଣକୁ ଅପମାନ କରିବା ସହ ଦୀର୍ଘ ମାସ ଧରି ନିର୍ଯାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ଜଳି ଜଳି ଦୌଡୁଥିବାର ଦୃଶ୍ୟ ବେଶ ହୃଦୟବିଦାରକ ଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ମଧ୍ୟ ଗୁରୁତର ହୋଇଛନ୍ତି । ଏହା ସିସିଟିଭିରେ କଏଦ ମଧ୍ୟ ହୋଇଛି ।ତେବେ ଗୁରୁତର ଛାତ୍ରୀ ଜଣକ ବାଲେଶ୍ୱର ହସ୍ପିଟାଲ ଯିବାପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି । ପରେ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପ୍ରିନ୍ସିପାଲଙ୍କୁ ଘେରିଥିଲେ ଛାତ୍ରଛାତ୍ରୀ । ତେବେ ଆଇନ ଶୃଙ୍ଖଳା ପାଇଁ କଲେଜ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଏସ୍‌ପି ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରୁଛନ୍ତି । ସାଂସଦ ମଧ୍ୟ ଉପସ୍ଥିତ ଅଛନ୍ତି ।

You might also like