୬ ମାସର ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ଘଟଣା ଘଟିଛି । ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଘଟଣା ଜଣାପଡିବା ପରେ ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି। ଆଉ ଯାହା ଦ୍ୱାରା ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ହୋଇଛନ୍ତି ସେ ପିଲାବି ନାବାଳକ। ଆଉ ସେହି ନାବାଳକ ଅଭିଯୁକ୍ତକୁ ଧରିଛି CWC। ଅଭିଯୁକ୍ତ ଜଣକ ନାବାଳକ ବୋଲି ସୂଚନା ମିଳିଛି। ନାବାଳକକୁ ଧରି ପଚରାଉଚରା କରାଯାଉଛି।ସୂଚନା ଅନୁସାରେ ରାୟଗଡା ସଦର ବ୍ଲକ ଜୁଡି ଗ୍ରାମର ଜଣେ ୧୭ ବର୍ଷର ନାବାଳକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଉକ୍ତ ନାବାଳିକା ସହ ନାବାଳକର ପ୍ରେମ ସଂପର୍କ ରହିବା ପରେ ଶରିରୀକ ସଂପର୍କ ଗଢି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାର ପରିବାର ଲୋକେ ଝିଅକୁ ନାବାଳକର ଘରେ ଛାଡି ଦେଇଥିଲେ । ଏହି ଘଟଣା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ଯାଣ ବିଭାଗ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜିର କରିଛି ।
