ଗାଁ ଦାଣ୍ଡରେ ଆଶାକର୍ମୀଙ୍କୁ ଉଲଗ୍ନ କରି ଗାଲିଗୁଲଜ ସହ ଆକ୍ରମଣ ଅଭିଯୋଗ
ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଶାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଆଶାକର୍ମୀ ଜଣକ ଔଷଧ ଦେବାକୁ ଯାଇଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ଗାଁ ଦାଣ୍ଡରେ ତାଙ୍କୁ ପ୍ରଥମେ ଅସଦାଚରଣ କରିଥିଲେ । ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ । ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉଭୟ ଆଶାକର୍ମୀ ଓ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ଏନେଇ ଆଶାକର୍ମୀ ଜଣକ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଖବରପାଇ ଫତେଗଡ଼ ଥାନା ପୁଲିସ ବିଳମ୍ବିତ ରାତିରେ ପାର୍ବତୀପୁର ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରିବାପାଇଁ ଚଢ଼ାଉ ଆରମ୍ଭ କରିଥିବା ଜଣାପଡିଛି ।ସେପଟେ ସେହି ଗ୍ରାମର ମାୟାଧର ପ୍ରଧାନ ନାମକ ଯୁବକ ଆଶା କର୍ମୀଙ୍କୁ ରକ୍ଷା କରିଥିଲେ। ଏନେଇ ଖଣ୍ଡାରେ ମାୟାଧରଙ୍କୁ ଆକ୍ରମଣ ହୋଇଥିଲା।
