ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ୱାର୍ଡ

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମାର ଦିଗ୍‌ଜ ଓ ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବାକୁ ଯାଉଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଟ୍ବିଟ କରି ସୂଚନା ଦେଇଛନ୍ତି। ଟ୍ଵିଟ୍‌ରେ ସେ ଲେଖିଛନ୍ତି, “ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଦାଦାସାହେବ ଫାଲକେ ସିଲେକସନ ଜୁରି ଘୋଷଣା କରିବା ଗୌରବର ବିଷୟ। ଅକ୍ଟୋବର ୮ ରେ ୭୦ ତମ ନ୍ୟାସନାଲ ଫିଲ୍ମ ଆୱର୍ଡ ସେରମନିରେ ଏହି ପୁରସ୍କାର ପ୍ରଦାନ କରାଯିବ ।ସୂଚନାଥାଉ କି, ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ଆଓର୍‌ବାଡ। ମିଥୁନ ନିଜର ୪୮ବର୍ଷର କ୍ୟାରିୟରେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। କେବଳ ହିନ୍ଦୀ ନୁହେଁ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।