MKCGରେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ରୋଗୀଙ୍କ ଟ୍ୟୁମର ଅସ୍ତ୍ରୋପଚାର ସଫଳ
ବ୍ରହ୍ମପୁର MKCG ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି । ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୨୦୦ ଗ୍ରାମ ଓଜନର ଟ୍ୟୁମର । ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ସୁଚନାମୁତାବକ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ୫୦ ବର୍ଷୀୟା ମହିଳା ଶାନ୍ତି ମହାକୁଡଙ୍କ ମୁଣ୍ଡରେ ଏକ ବଡ଼ ଟ୍ୟୁମର ଥିଲା । ଫଳରେ ଦୀର୍ଘ ୧ ବର୍ଷ ଧରି ତାଙ୍କୁ କଥା ବୁଝିବାରେ ସମସ୍ୟା ହେଉଥିଲା । ଡାହାଣ ପାର୍ଶ୍ବରେ ଚାଲିବାରେ ଅସୁବିଧା ହେଉଥିଲା । ମୁଣ୍ଡବ୍ୟଥା ସହ ବାନ୍ତି ହେଉଥିଲା । ସେ MKCGରେ ଭର୍ତ୍ତି ହେବା ପରେ MRI କରାଯାଇଥିଲା । ତାଙ୍କ ମସ୍ତିଷ୍କର ବାମ ପାର୍ଶ୍ବରେ ୧୫ ସେମି ଲମ୍ବର ଏକ ବଡ଼ ଟ୍ୟୁମର ଥିବା ଜଣାପଡ଼ିଥିଲା । ଯାହାକୁ ଡାକ୍ତରୀ ଭାଷାରେ ମିନିଜିଓମା (Meningioma) ବୋଲି କୁହାଯାଏ । ଏହାକୁ ଗତ ଗୁରୁବାର ଦିନ ଆମେ ଅପରେସନ କରାଯାଇଥିଲା । ଦିନ ୧୦ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ଧରି ଅପରେସନ ହୋଇଥିଲା । ବର୍ତ୍ତମାନ ଅସ୍ତ୍ରୋପଚାର ପରେ ସେ କଥା କହିପାରୁଛନ୍ତି । ଅନେକ ଦିନ ହେବ ଅସୁସ୍ଥ ରହିଥିଲେ । ସେ ନିଜର ମାନସିକ ସନ୍ତୁଳନ ହରାଇଥିଲେ ଏବଂ କାହାକୁ ଚିହ୍ନି ପାରୁନଥିଲେ ଓ କିଛି ଶୁଣି ପାରୁନଥିଲେ । ଏବେ ସେ ସୁସ୍ଥ ଅଛନ୍ତି ।
