ବସରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ବିଧାୟକ |
ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ମଧ୍ୟାହ୍ନ 12:30 ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ ସମସ୍ତ ବିଧାୟକ | ଏଥିସହ ପୁରୀ ଠାରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ |ସୂଚନା ଯୋଗ୍ୟ, ଭାରତୀୟ ନୌସେନା ଦିବସ ପାଳନ ନେଇ ପୁରୀ ବେଳାଭୂମିରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହୋଇ ରଣକୌଶଳ ଦେଖାଇବେ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
