ମୋ ବସ୍। କଟକରେ ପରିବା ବ୍ୟବସାୟୀଙ୍କୁ ଦେଲା ଧକ୍କା।
ପୁଣି ମୋ ବସ୍ ଧକ୍କା । ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍ । କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତିନି ଦିନ ତଳେ ଭୁବନେଶ୍ବର ନନ୍ଦନ କାନନ ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷର ନାବାଳିକାର ହୋଇଥିବା ମୃତ୍ୟୁ । ଆଉ ଏବେ ପୁଣି ଆଉ ଏକ ଦୁର୍ଘଟଣା ଘଟାଇଛି ମୋ ବସ । ପ୍ରଶ୍ନ ଉଠୁଛି, ବାରାମ୍ବାର ଏଭଳି ଦୁର୍ଘଟଣା ପରେ ବି କାହିଁକି ସତର୍କତା ଅବଲମ୍ବନ କରୁ ନାହାଁନ୍ତି ମୋ ବସ୍ ଚାଳକ। କାହିଁକି ଚୁପ୍ ବସିଛି କ୍ରୁଟ୍ କର୍ତ୍ତୃପକ୍ଷ।
