ଦେଶବ୍ୟାପୀ ହେବ ମକ୍ ଡ୍ରିଲ୍: କ’ଣ କରିବେ

ମେ ୭ ତାରିଖରେ, ଭାରତ ୨୪୪ଟି ନିର୍ଦ୍ଦିଷ୍ଟ ଜିଲାରେ ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବ। ଏହି ପଦକ୍ଷେପ ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆଶା ଏବଂ ଭାରତ-ପାକିସ୍ତାନ ସୀମାରେ ଉଚ୍ଚ ସୁରକ୍ଷା ସତର୍କତା ମଧ୍ୟରେ ହେଉଛି। ତେବେ ଆଜି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ। ପକ୍କାଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ। କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନିଆ ଯିବ। ବର୍ତ୍ତମାନ ସୁଦ୍ଧା ଯୁଦ୍ଧକୁ ନେଇ କିଛି କୁହାଯାଇ ପାରୁ ନାହିଁ। ଯଦି କିଛି ହୁଏ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛୁ। ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇଁ ବ୍ଲାକଆଉଟ୍ ବ୍ୟବସ୍ଥା। ମକଡ୍ରିଲ୍ ସମୟରେ ବିଦ୍ୟୁତ କାଟ କରାଯିବ। ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଓ କାରଖାନାକୁ ଶତ୍ରୁଙ୍କ ଆଖିରୁ ଲୁଚାଇବାକୁ ବ୍ୟବସ୍ଥା କରାଯିବ। ୫ ରୁ ୧୦ ମିନିଟ୍ ସୁରକ୍ଷିତ ସ୍ଥାନକୁ ଚାଲିଯିବେ । ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ । ଘରେ ଟର୍ଚ୍ଚ ଓ ମହମବତୀ ମହଜୁଦ କରି ରଖିବେ । ଗୁଜବକୁ ଧ୍ୟାନ ନଦେଇ କେବଳ ଅଧିକାରୀଙ୍କ ସୂଚନା ଉପରେ ଭରସା କରିବେ ।

You might also like