ନଭେମ୍ବର ୨୯ରୁ ଭୁବନେଶ୍ବରରେ ଆୟୋଜିତ ହେବ ଡିଜିପି କନଫରେନ୍ସ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଡିଜିପି କନ୍ଫରେନ୍ସରେ ଯୋଗ ଦେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ନଭେମ୍ବର ୨୯ରୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସବୁ ରାଜ୍ୟର ପୋଲିସ ଡିଜି ବୈଠକରେ ଯୋଗ ଦେବେ ।୨୦୨୬ ସୁଦ୍ଧା ଦେଶର ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଫୋକସ ରହିଛି । ଓଡିଶାରେ ହେଉଥିବା ଡିଜିପି ବୈଠକରେ ଏହା ଉପରେ ଗୁରୁତ୍ବ ଦିଆଯିବ ।

You might also like