ବ୍ରିକ୍ସ ଶିଖର ସମ୍ମିଳନୀପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୨୨-୨୩ରେ ରୁଷ ଗସ୍ତ କରିବେ ।

ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ରୁଷର କଜନଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଥିପାଇଁ ଭାରତକୁ ନିମନ୍ତ୍ରଣ ପଠାଇଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସୂଚନା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ନ୍ୟାୟସଂଗତ ବିଶ୍ୱ ବିକାଶ ଏବଂ ନିରାପତ୍ତା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା । ଏହି ଶିଖର ସମ୍ମିଳନୀ ନେତାମାନଙ୍କୁ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସଦସ୍ୟ ଦେଶର ପ୍ରତିପକ୍ଷ ଏବଂ ରୁଷିଆର କାଜାନରେ ଆମନ୍ତ୍ରିତ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ଆଶା ରଖିଛନ୍ତି।ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ହୋଇଥିବା ହୋଇଥିବା ବ୍ରିକ୍ସ ସଂଗଠନକୁ ପରିବର୍ଦ୍ଧିତ କରାଯାଇ ଆଉ ୪ଟି ଦେଶକୁ ସାମିଲ କରାଯାଇଛି। ଏହି ଦେଶଗୁଡ଼ିକ ହେଲା ଇଜିପ୍ଟ,, ଇଥିଓପିଆ, ଇରାନ ଏବଂ ୟୁଏଇ। ବିଶ୍ଵସ୍ତରରେ ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା ସମ୍ମିଳନୀ ଏକ ଲକ୍ଷ୍ୟ। ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଗସ୍ତରେ ଯାଇଥିଲେ । ୨୦୨୨ ଫେବ୍ରୁଆରିରେ ରୁଷ-ୟୁ୍କ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଥିଲା ମୋଦୀଙ୍କ ପ୍ରଥମ ରଷ ଗସ୍ତ ।