ଦୁଇଦିନ ମଧ୍ୟରେ ଓଡିଶାରୁ ଫେରିଯିବ ମୌସୁମୀ

ଦୁଇଦିନ ମଧ୍ୟରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଗ ଅନୁକୂଳ ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେପଟେ ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବଡ଼ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ବଙ୍ଗୋପସାଗରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟ ଭିତରକୁ କ୍ରମାଗତ ଭାବେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହି ବାୟୁ ଉତ୍ତପ୍ତ ବାୟୁ ସଂସ୍ପର୍ଶରେ ଆସି ମେଘୁଆ ଆକାଶ ସୃଷ୍ଟି କରିବ। ଯାହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହୁଛି। ତେବେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ମୌସୁମୀ ସମ୍ପୂର୍ଣ୍ଣ ଫେରିଯିବ। ସେହିପରି ମହାରାଷ୍ଟ୍ର, ଛତିଶଗଡ଼, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମର କିଛି ଅଞ୍ଚଳରୁ ଫେରିଯିବ।