ଜମି ବିବାଦ ଓ ଅବୈଧ ସମ୍ପର୍କ ପାଇଁ ଦୁଇ ସ୍ବାମୀ ଓ ଶାଶୁଙ୍କୁ ହତ୍ୟାକରି ଧରାପଡ଼ିଲା ପୂଜା

ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜମି ବିବାଦ ଓ ଅବୈଧ ସମ୍ପର୍କ ପାଇଁ ଜଣେ ବୋହୁ ନିଜ ଶାଶୁଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛି। ପୁଲିସ୍ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂଜା ଜାଦବ ଓ ତାଙ୍କ ଭଉଣୀ କମଲା ଏବଂ କମଲାଙ୍କ ପ୍ରେମିକ ଅନିଲ ବର୍ମାଙ୍କୁ ଗିରଫ କରିଛି। ପୂଜାଙ୍କ ଶାଶୁଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ପୂଜାଙ୍କର ଭୟଙ୍କର ଅପରାଧର କାହାଣୀ ।୫ ବର୍ଷ ପୂର୍ବରୁ ପୂଜାଙ୍କ ବିବାହ ହୋଇଥିଲା । ଦିନେ ସ୍ବାମୀଙ୍କ ସହ ପୂଜାର ଝଗଡ଼ା ହେଲା ପୂଜା ରାଗିଯାଇ ତା’ର ସ୍ବାମୀକୁ ଗୁଳି କରିଦେଲା । ଏହି ମାମଲାରେ ଆଜିଯାଏଁ ପୂଜା କୋର୍ଟ କଚେରିର ଚକ୍କର କାଟୁଛି । ପରେ ପରେ କଲ୍ୟାଣ ନାମକ ଯୁବକ ସହ ପୂଜାର ପରିଚୟ ହୁଏ ଏବଂ ଏହି ପରିଚୟ ପ୍ରେମରେ ପରିଣତ ହୁଏ । ଦୁହେଁ ବିବାହ କରନ୍ତି । ହେଲେ ଦୁର୍ଭାଗ୍ୟ କିଛି ମାସରେ କଲ୍ୟାଣର ମୃତ୍ୟୁ ହୋଇଯାଏ ।

ଏତିକିରେ କଥା ସରେନି । ନିଜର ବିବାହିତ ଦେଢଶୂରଙ୍କ ସହ ରହିବାକୁ ଲାଗେ ଏହାକୁ ନେଇ ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ଲାଗେ । କିନ୍ତୁ ପୂଜା ଛାଡ଼ିବା ଜନ୍ତୁ ନଥିଲା । ୧୮ ଏକର ଜମିରୁ କଲ୍ୟାଣ ଭାଗ ୯ ଏକର ଜମି ପାଇଁ ଦାବି କଲା । ଏହାକୁ ନେଇ ଶାଶୁ ବିରୋଧ କରିବାରୁ ଶାଶୁଙ୍କୁ ବାଟରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲା । ଏହି ଷଡ଼ଯନ୍ତ୍ରରେ ସାମିଲ କରିଥିଲା ନିଜ ସାନ ଭଉଣୀ ଓ ତା’ର ବୟଫ୍ରେଣ୍ଡକୁ । ଦିନେ ସୁଯୋଗ ଦେଖି ଘରେ କେହି ନଥିବାବେଳେ ପୂଜା ଓ ତାର ଭଉଣୀ ଓ ଭଉଣୀର ବୟଫ୍ରେଣ୍ଡ ସମସ୍ତେ ମିଶି ଶାଶୁ ମା’କୁ ପ୍ରଥମେ ବିଷ ଇଞ୍ଜେକ୍ସନ ଦେବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ପୁଲିସ୍ ଫୋରେନ୍ସିକ୍ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଅନିଲ ବର୍ମା ଚୋରା ଅଳଙ୍କାର ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍ ତାଙ୍କୁ ଗୋଡାଇ ଥିଲା। ଏହାର ଜବାବରେ ଅନିଲ ପୁଲିସଙ୍କ ଉପରକୁ ଗୁଲିଚାଳନା କରିଥିଲା। ପରେ ପୁଲିସ୍ ପାଲଟା ଗୁଳିଚାଳନା କରିବାରୁ ଅନିଲ ଆହତ ହୋଇଥିଲେ ଏବଂ ପରେ ତାଙ୍କୁ ପୁଲିସ ଗିରଫ କରିଥିଲା ଓ ଚୋରି ହୋଇଥିବା ସମସ୍ତ ଅଳଙ୍କାରକୁ ମଧ୍ୟ ପୁଲିସ ଜବତ କରିଛି।

You might also like