ପହଲଗାମ ଘଟଣାକୁ ନେଇ ସୁଲତାଙ୍କ ବିବାଦୀୟ ବୟାନ

ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଜେଡି ରାଜ୍ୟସଭା ସାଂସଦ ଏହି ଆତଙ୍କୀ ଆକ୍ରମଣକୁ ନେଇ ଉପହାସ କରିଛନ୍ତି। ଯେତେବେଳେ କି ଏହି ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ପାଲଟିଯାଇଛି।ସେହି ସମୟରେ ସୁଲତାଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଯେତିକି ସମୟରେ ଲୋକ ମଲେ ସେତିକିରେ ଧର୍ମ ପଚାରି ହେବନି କହିଲେ। ଏହା କେବଳ ଅନୁମାନ ଲଗାଇ ପରିବାର କହିଥାଇ ପାରନ୍ତି। କୌଣସି ଆତଙ୍କବାଦୀ କେବେ ଧର୍ମ, ଜାତି ସହ ବନ୍ଧା ନୁହେଁ।ଏପଟେ ସାଂସଦ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହି ଘଟଣା ନେଇ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ଉପହାସ କରୁଛନ୍ତି ସେମାନେ ନିଜେ ଉପହାସ ଯୋଗ୍ୟ ।

ତାଙ୍କୁ ଲୋକମାନେ ଉପହାସ କରିବା କଥା । ଦୁଃଖର କଥା ଜଣଙ୍କର ଦୁଃଖ ବେଳେ ଆଦୌ ଉପହାସ କରିବା ଉଚିତ ନୁହେଁ । ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି ବୋଲି ଦେବୀ ମିଶ୍ର କହିଥିବା ବେଳେ ଏହିଭଳି କଥା ଆଦୌ ଶୋଭନୀୟ ନୁହେଁ ବୋଲି କହିବା ସହ ନିନ୍ଦା କରିଛନ୍ତି । ସାଂସଦ ସୁଲତା ଦେଓଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ଅମଣିଷ ଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ। ଏଭଳି କଦର୍ଯ୍ୟ କଥା କହୁଥିବା ଲୋକଙ୍କୁ ସବୁଦିନ ପ୍ରତ୍ୟାଖ୍ୟାନ କରାଯିବା ଦରକାର।ବରିଷ୍ଠ ନେତା ଜୟନାରାୟଣ ମିଶ୍ର ମଧ୍ୟ ନିନ୍ଦା କରିଛନ୍ତି। ସେ କହଛନ୍ତି, ଯୋଗ୍ୟତା ବଳରେ ନୁହେଁ, କେମିତି କଣ ପଦରେ ପହଞ୍ଚିଛନ୍ତି? ତାଙ୍କୁ ସାମାଜିକ ସ୍ତରରେ ବୟକଟ କରାଯିବା ଦରକାର।ଏହାପରେ ସୁଲତା ଦେଓ ତାଙ୍କର ଏଭଳି ବୟାନ ପାଇଁ କ୍ଷମା ମାଗିଛନ୍ତି । ସେ କହିଛନ୍ତି କି, ଯଦି ମୋ ବୟାନ ଦେଶବାସୀଙ୍କୁ ଉପହାସିତ କରିଛି ତେବେ ମୁଁ ସେମାନଙ୍କ ଠାରୁ କ୍ଷମା ଚାହୁଁଛି ।

You might also like