ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣ ଘଟଣାରେ : ମେଳ ଖାଉନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ
ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ପୁଣି ଏକ ଦ୍ବନ୍ଦ୍ବ । ମେଳ ଖାଉନି ଆଙ୍ଗୁଠି ଚିହ୍ନ । କ୍ରାଇମ ସିନ୍ରୁ ତଦନ୍ତକାରୀ ଟିମ୍ ସଂଗ୍ରହ କରିଥିବା ସାମ୍ପଲ୍ ସହ ଅଭିଯୁକ୍ତ ସରିଫୁଲ୍ ଇସଲାମ୍ ଶେହଜାଦର କୌଣସି ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉ ନଥିବା ଜଣାପଡ଼ିଛି । ମୁମ୍ବାଇ ପୋଲିସ ଜାନୁଆରୀ ୨୨ ତାରିଖରେ ଫିଙ୍ଗରପ୍ରିଣ୍ଟ ସମେତ ଅନେକ ସାମ୍ପଲ ସିଆଇଡିକୁ ଯାଞ୍ଚ ପାଇଁ ଦେଇଥିଲା। ସୈଫ୍ଙ୍କ ଉପରେ ହୋଇଥିବା ଆକ୍ରମଣରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ଆଶଙ୍କା କରୁଛି । ପିଙ୍ଗର ପ୍ରିଣ୍ଟ ମ୍ୟାଚ ନହେବା ପରେ ପୋଲିସ ଭୁଲ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ପୁଣି ଥରେ ସନ୍ଦେହ ପ୍ରକାଶ ପାଇଛି । ପୋଲିସର ଭୁମିକାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କେବଳ ସାମ୍ପଲ୍ ଓ ଅଭିଯୁକ୍ତର ଫିଙ୍ଗର ପ୍ରିଣ୍ଟ ମେଳ ନଖାଇବା ଘଟଣାରରେ ଏକ ମାତ୍ର ଦ୍ବନ୍ଦ୍ବ ସୃଷ୍ଟି କରିନାହିଁ । ବରଂ ସୈଫ ଏବଂ ତାଙ୍କ ସ୍ତ୍ରୀ କରୀନାଙ୍କ ବୟାନରେ ତାଳମେଳ ରହୁ ନଥିବା ଜଣାପଡ଼ିଛି ।
୧୬ ତାରିଖ ରାତିରେ… ଯେଉଁ ରାତିରେ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲା, ସେହିଦିନ ଏକାଦଶ ମହଲାରେ ବେଡରୁମରେ ଥିଲେ ସୈଫ ଓ କରୀନା । ଦୁର୍ବୃତ୍ତ ଯେଉଁ ଘରେ ପ୍ରଥମେ ପ୍ରବେଶ କରିଥିଲା ସେଠାରେ ସେମାନଙ୍କ ପୁଅ ତାଇମୁର୍ ଥିଲା । ତାଇମୁର୍ ଦାୟିତ୍ବରେ ଥିବା ନର୍ସ ଏଲିୟାମା ଫିଲିଫ୍ ହିଁ ପ୍ରଥମେ ଦୁର୍ବୃତ୍ତ ସହ ମୁହାଁମୁହିଁ ହୋଇଥିଲେ । ଆଉ ସେମାନଙ୍କ ପାଟି ଶୁଣି ଧାଇଁ ଆସିଥିଲେ ସୈଫ । ଦୁର୍ବୃତ୍ତ ସହ ତାଙ୍କର ହାତାହାତି ହୋଇଥିଲା । ଦୁର୍ବୃତ୍ତ ତାଙ୍କୁ ୬ ଥର ଛୁରା ମାଡ଼ କରିଥିଲେ ମଧ୍ୟ ସେ ତାକୁ ଏକ ରୁମରେ ଭର୍ତ୍ତି କରି ବାହାରୁ ତାଲା ଠୁଙ୍କି ଦେଇଥିଲେ । କିନ୍ତୁ ଏସି ଡକ୍ଟ ଦେଇ ସେ ଖସି ଯାଇଥିବା କୁହାଯାଉଛି । ଯାହା ଆଉ ଏକ ସନ୍ଦେହ ବା ଦ୍ବନ୍ଦ୍ବ ସୃଷ୍ଟି କରୁଛି ।