ମୁଣ୍ଡରେ ରକ୍ତ ଶୋଷି ଥାଆନ୍ତି ଏହି ପୋକ । ମସ୍ତିଷ୍କ ଦୁର୍ବଳ କରନ୍ତି।

ପିଲାଦିନେ ଏହି ପୋକ ପିଲାଙ୍କ ମୁଣ୍ଡରେ ଅଧିକ ହୋଇଥାନ୍ତି। ମନୁଷ୍ୟର ମୁଣ୍ଡ କେଶରେ ଲୁଚି ରହୁଥିବା ଏହି ପୋକ ରକ୍ତ ଶୋଷି ବଞ୍ଚି ରହିଥାଏ। ଆମେରିକା ସେଣ୍ଟର୍ସ ଫର୍ ଡିଜିଜ୍ ଏବଂ ପ୍ରିଭେନ୍ସନ ଅନୁଯାୟୀ, ବିଶ୍ବରେ ପ୍ରତିବର୍ଷ ୬୦ ଲକ୍ଷରୁ ୧.୨୦ କୋଟି ଲୋକ ଏହାର ଶିକାର ହୋଇଥାନ୍ତି। ଅବଶ୍ୟ ଉକୁଣୀ କୌଣସି ବଡ଼ କ୍ଷତି ଘଟାଇନଥାନ୍ତି, କିନ୍ତୁ ମସ୍ତିଷ୍କର ନିକଟତର ରହୁଥିବା ଏହି ପୋକ ମଣିଷ ରକ୍ତ ଶୋଷିଥାଏ। ଏହା ମଣିଷଙ୍କ କେଶରେ ରହିଥାଏ ଏବଂ ରକ୍ତ ଶୋଷିଥାଏ। ଏମିତିରେ ପ୍ରଶ୍ନ ଉଠୁଛି ଯେ ଏହା କୋଉଠୁ ଆସିଥାନ୍ତି ?

ମେଡିକାଲ ନ୍ୟୁଜ୍ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ମୁଣ୍ଡରେ ରହୁଥିବା ଏହି ପୋକ ବା ଉକୁଣୀ ଦେଖିବାକୁ ବହୁତ ଛୋଟ ହୋଇଥାନ୍ତି। ଏହାର ଆକାର ୨-୩ ମିଲିମିଟର ହୋଇଥାଏ। ବୟସ୍କ ଉକୁଣୀ ପ୍ରାୟ ୩୦ ଦିନ ପର୍ଯ୍ୟନ୍ତ ବଞ୍ଚିଥାଏ। ଏଥରେ ମାଇ ଉକୁଣୀ ପ୍ରତିଦିନ ପ୍ରାୟ ୬ ଅଣ୍ଡା ଦେଇଥାଏ, ଯାହାକୁ ନିଟ୍ସ କୁହାଯାଏ ଏବଂ ଏହା ଧଳା କିମ୍ବା ସ୍ପଷ୍ଟ ଦେଖାଯାଇଥାଏ। ଏଡି ଅଣ୍ଡା ଦୁଇ ସପ୍ତାହରେ ପରିପକ୍ବ ହୋଇଯାଏ। ଏହି ପ୍ରକ୍ରିୟା ଚାଲୁ ରହିଥାଏ। ଯେପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର କରିନାହାଁନ୍ତି।

ଉକୁଣୀର ପ୍ରଜାତି ପ୍ରାୟ ୧ ଲକ୍ଷ ବର୍ଷ ପୁରୁଣା। ଅନେକ ସମୟରେ କୁହାଯାଏ ଯେ ଅପରିଷ୍କାର ରହିବା ଦ୍ବାରା ଉକୁଣୀ ହୋଇଥାଏ। କିନ୍ତୁ ପ୍ରକୃତରେ ଏପରି ହୋଇନଥାଏ। ଉକୁଣୀଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ଭଲ ବ୍ୟକ୍ତିଙ୍କ ଠାରେ ମଧ୍ୟ ଉକୁଣୀ ହୋଇପାରେ।