ଚତୁର୍ଥ ଦିନରେ ଗୋପାଳଙ୍କ ପତ୍ନୀଙ୍କୁ ଜେରା

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ମନ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ବ୍ରହ୍ମପୁରସ୍ଥିତ ବାସଭବନକୁ ଯାଇଥିଲା। ଆଙ୍କୋଲି ଶିଳ୍ପାଞ୍ଚଳ ନିକଟସ୍ଥ ପଞ୍ଚଶୀଳମାର୍ଗରେ ଥିବା ବାସଭବନରେ ସ୍ତ୍ରୀ ଜୟନ୍ତୀ ଦାସଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍‌ ଆଲୋଚନା କରିଥିଲା। ଗୋପାଳର ସିଡିଆର ଧରି କ୍ରାଇମ୍‌ବ୍ରାଞ୍ଚ ଟିମ୍ ସତ ଖୋଜୁଛି । ସୂଚନା ଅନୁସାରେ ନବଙ୍କ ହତ୍ୟାର ୬ମାସ ପୂର୍ବରୁ ଗୋପାଳ କାହା ସହ କଥା ହୋଇଥିଲା, ତାର କଲ୍‌ ଡିଟେଲ୍ସ ବାହାର କରି ତନାଘନା ଚଳାଇଛନ୍ତି ତଦନ୍ତକାରୀ ଅଫିସର। ତେଣୁ ଆଗକୁ ଆଉ କାହା ପାଳି ପଡିବ ସେ ନେଇ ଅନେକଙ୍କ ଭିତରେ ଛନକା ପଶିଛି।ମାତ୍ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏହି ଦିଗରେ କିଛି ସ୍ପଷ୍ଟ ସୂଚନା ଦେଉନାହିଁ। ଟିମ୍‌ ପକ୍ଷରୁ ଆଉ କିଛି ଲୋକଙ୍କୁ ମଧ୍ୟ ଜେରା କରାଯିବାର ସମ୍ଭାବନା ରହିଛି। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କ ପୁଅ ମନୋଜ ଦାସ, ଭାଇ ସତ୍ୟ ନାରାୟଣ ଦାସ ଓ ତାଙ୍କ ପୁତୁରା ପ୍ରଦୀପ ଦାସଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି।

You might also like