ନାଗିନର ପ୍ରତିଶୋଧ! ଖୋଜି ଖୋଜି ଚୋଟ ମାରୁଛି

ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଅବସ୍ଥିତ ସଦରପୁର ଗାଁର ନାଗିନର ପ୍ରତିଶୋଧ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ଏବେ ଗ୍ରାମବାସୀ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି କାରଣ ଏହି ଗାଁରେ ଏକ ବିଷାକ୍ତ ନାଗିନ୍ ର ଉପସ୍ଥିତି ରହିଛି ବୋଲି କୁହାଯାଏ ।

କୁହାଯାଉଛି ଯେ ସନ୍ଧ୍ୟା ହେବା ମାତ୍ରେ ସର୍ପ ନିଜ ଗାତରୁ ବାହାରି ଗ୍ରାମବାସୀଙ୍କୁ ଶିକାର କରିଥାଏ । ଗତ କିଛି ଦିନ ତଳେ ଏହି ସାପ ୫ ଜଣଙ୍କୁ କାମୁଡ଼ି ଦେଇଛି, ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସଦରପୁର ଗାଁର ଲୋକଙ୍କ କହିବାନୁସାରେ, ସେହି ଅଞ୍ଚଳରେ ଏକ ନାଗିନ ନିଜର ପ୍ରତିଶୋଧ ନେଉଛି । ନିକଟରେ ଏହି ସାପ ଗୋଟିଏ ଘରେ ସୋଇଥିବା ମାଆ, ପୁଅ ଏବଂ ଝିଅକୁ କାମୁଡ଼ି ଦେଇଥିଲା, ଯେଉଁଥିପାଇଁ ସେହି ସମୟରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।ସେହିଭଳି ଆଉ ଜଣେ ଯୁବକ ଏବେ ନିଜ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ନାଗିନର ପ୍ରତିଶୋଧର ଭୟ ଏବେ ହାପୁରର ସଦରପୁର ଗାଁ ଲୋକଙ୍କର ନିଦ ହଜାଇଦେଇଛି । ବର୍ତ୍ତମାନ ସାପକୁ ଧରିବା ପାଇଁ ବନ ବିଭାଗର ଟିମ୍ ନିୟୋଜିତ ହୋଇଛନ୍ତି ।ଏହି ସମୟରେ ବନ ବିଭାଗ ଟିମ୍ ସାପକୁ ଧରିନେଇଥିବାର ଦାବି କରାଯାଉଛି । ତେବେ ଏହି ସାପ କେଉଁ ପ୍ରଜାତିର, ଏହା କେତେ ବିଷାକ୍ତ ଏବଂ କେତେ ବର୍ଷ ପୁରୁଣା ତାହା ଅନୁସନ୍ଧାନ ଚାଲିଛି । ଏବେ ପର୍ଯ୍ୟନ୍ତ ବନ ବିଭାଗ ଏହାକୁ ନାଗିନ ବୋଲି ନିଶ୍ଚିତ କରିନାହିଁ କିନ୍ତୁ ଗ୍ରାମବାସୀମାନେ ଏହି ସାପକୁ ନାଗିନ ବୋଲି କହୁଛନ୍ତି । ଅନ୍ୟପକ୍ଷରେ ବନ ବିଭାଗର ଅଧିକାରୀ କହିଛନ୍ତି ଯେ ସାପକୁ ଧରିବା ପାଇଁ ବନ ବିଭାଗର ପାଞ୍ଚଟି ଟିମ୍ ଗାଁରେ ଉପସ୍ଥିତ ଅଛନ୍ତି । କିନ୍ତୁ ଏସବୁ ମଧ୍ୟରେ ବୁଧବାର ଦିନ ଗାଁରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବା ଖବର ଗ୍ରାମବାସୀଙ୍କୁ ଚକିତ କରିଛି ।