ବାହାଘର ବେଳେ ପଶି ଆସିଲା ବାଘ, ଜୀବନ ବିକଳରେ ଦୌଡ଼ିଲେ ବର-କନ୍ୟା

ବାହାଘର ଚାଲିଥିବା ବେଳେ ପଶିଆସିଲା ବାଘ । ବାହାଘର ଛାଡି ଦୌଡିଲେ ଲୋକ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ବର ଏମଏମ ଲନରେ ବିବାହ ଚାଲିଥିବା ବେଳେ ବାହାଘରକୁ ପଶିଆସିଥିଲା ବାଘ । ବନ କର୍ମଚାରୀ ବାଘକୁ ଧରିବା ପାଇଁ ଆସି ନାକେଦମ୍ ହୋଇଛନ୍ତି ବୁଦ୍ଧେଶ୍ୱର ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଏକ ଚିତାବାଘ ସେଠାରେ ପଶିଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଜୀବନ ବଞ୍ଚାଇବା ପାଇଁ ବିବାହ ବନ୍ଦ କରିବାକୁ ପଡ଼ିଥିଲା ଏବଂ ବର-କନ୍ୟା ଘଣ୍ଟା ଘଣ୍ଟା ଧରି ନିଜ କାର୍ ରେ ରହିଥିଲେ।

ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ ଧରାଯାଇଥିଲା ।। ବୁଧବାର ରାତିରେ ବୁଦ୍ଧେଶ୍ୱର ରିଙ୍ଗରୋଡ୍ ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରେ ଚିତାବାଘ ଅନୁପ୍ରବେଶ କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି।।ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

You might also like