ରୁଷିଆର ‘ବିଜୟ ଦିବସ’ରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଦେବ ଋଷ ।

ରୁଷିଆର ‘ବିଜୟ ଦିବସ’ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବାତିଲ ହୋଇଥିବା ବେଳେ ଏହି ଉତ୍ସବରେ ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାରନ୍ତି। ୧୯୪୧ରୁ ୧୯୪୫ ମଧ୍ୟରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ ଯାଉଛି ଶକ୍ତିଶାଳୀ ଋଷ । ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ଋଷ ଘୋଷଣା କରିଛି । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ୭ ତାରିଖର ସକାଳେ ଏଥିପାଇଁ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି ।ଭାରତରେ ଥିବା ରୁଷିଆ ଦୂତାବାସ ପକ୍ଷରୁ ଏକ ଚିଠି କରାଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ କୁହାଯାଇଛି ଯେ, ‘ବିଜୟ ଦିବସ’ର ୮୦ ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେବା ପାଇଁ ଆପଣଙ୍କୁ ହୃଦୟପୂର୍ଣ୍ଣ ନିମନ୍ତ୍ରଣ ଜଣାଉଛି।

You might also like