କ୍ଷମା ମାଗିଲେ ନୟନତାରା: ‘ଅନ୍ନପୂର୍ଣ୍ଣୀ’ ଫିଲ୍ମରେ ମର୍ଯ୍ୟାଦା ପୁରୁଷଙ୍କୁ କରିଥିଲେ ଅପମାନ !

ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ନୟନତାରା ତାଙ୍କ ଚଳଚ୍ଚିତ୍ର’ ଅନ୍ନପୂର୍ଣ୍ଣି ‘ ଫିଲ୍ମ ବହୁ ଚର୍ଚିତ ଥିଲା କିନ୍ତୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ କ୍ଷୁର୍ଣ୍ଣ କଲା ଭଳି ସିନେମାରେ କିଛି ଦୃଶ୍ୟକୁ ନେଇ ଦର୍ଶକ ଅସନ୍ତୋଷ ପ୍ରକାଶ କରିଥିଲେ ଦର୍ଶକମାନେ । ସିନେମାକୁ ନେଇ ନେଇ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଅଭିନେତ୍ରୀ ନୟନତାରାଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ନାଁରେ ମଧ୍ୟ ଏତଲା ହୋଇଥିଲା । ମାମଲା ରୁଜୁ ହେବା ପରେ ଓଟିଟି ପ୍ଲାଟଫର୍ମରୁ ସିନେମାକୁ ବାଦ ଦିଆଯାଇଥିଲା ।ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଜେ ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି।

ଭଗବାନଙ୍କ ଉପରେ ବିଶ୍ୱାସ ଅଛି, ଯାହା ଅଜାଣତରେ ଘଟିଛି। ଜୟ ଶ୍ରୀରାମ ଲେଖି ଇନଷ୍ଟାଗ୍ରାମରେ ନୟନତାରା ଏହି ପୋଷ୍ଟ ସେୟାର କରିଛନ୍ତି। ଏହା ପରେ ସେ ଆହୁରି ଲେଖିଛନ୍ତି, ‘ମୁଁ ଏହି ଆର୍ଟିକିଲକୁ ଭାରି ହୃଦୟରେ ଏବଂ ସତ୍ୟ ଆଧାରରେ ଲେଖୁଛି। ଆମ ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣି’ ବିଷୟରେ କିଛି ସମୟ ପାଇଁ ଯାହା ପରିସ୍ଥିତି ଉପୁଜିଛି ସେ ସମ୍ବନ୍ଧରେ ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଚାହୁଁଛି। ତେବେ ଡିସେମ୍ବର ପହିଲାରେ ଅନ୍ନପୂର୍ଣ୍ଣୀ ସିନେମା ହଲରେ ରିଲିଜ୍ ହୋଇଥିଲା। ସିନେମାରେ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ବିବାଦୀୟ ଡାଏଲଗ ସହ ଲଭ୍ ଜିହାଦକୁ ପ୍ରୋତ୍ସାହିତ ବିଷୟ ରହିଥିବା ଅଭିଯୋଗ ହୋଇଥିଲା।