ଆସୁ ଆସୁ ଖରାପ୍ ହେଲା ନୂଆ ବିଦ୍ୟୁତ ଚାଳିତ ବସ୍‌

କଟକ ବାଦାମବାଡ଼ି ବଜାର କୋଲକାତା ସମ୍ମୁଖରେ ପୁଣି ଏକ ବ୍ୟାଟେରୀ ଚାଳିତ ନୂଆ ଆମ ବସ୍ ଖରାପ ହୋଇ ଠିଆ ହେଲା।

ଗତ କାଲି ନୁଆ ଗାଡ଼ି ଶୁଭାରମ୍ଭ ହେଲା, ଆଜି ରାସ୍ତା କୁ ଆସୁ ଆସୁ ଖରାପ । ଅନ୍ୟପଟେ କଟକ ସତୀ ଚୌରା ଅଞ୍ଚଳରେ ନୂଆ ଆମ ବସ୍ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତାରେ ବସ୍ ପଛକୁ ଲାଗିଲା ଲମ୍ବା ଭିଡ । 

ସୁଚନାଯୋଗ୍ୟ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ବିଦ୍ୟୁତ ଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି l ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ “ଆମ ବସ” ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ “ଆମ ବସ୍” ସେବା ପ୍ରଦାନ କରାଯିବ l ନୂତନ ଭାବେ ନିର୍ମିତ ନରାଜ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟ ଉଦଘାଟିତ ହୋଇଛି l ଏହି ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ନରାଜ ଡିପୋରୁ ହିଁ ଚଳାଚଳ କରିବ l ଏହି ନରାଜ ବସ୍ ଡିପୋ ସମ୍ପୂର୍ଣ୍ଣ ଭାବେ ଅତ୍ୟାଧୁନିକ ଗ୍ରିନ ବିଲ୍‌ଡିଙ୍ଗ ଟେକ୍ନୋଲୋଜିର ନିର୍ମାଣ ହୋଇଛି l

You might also like