ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ ହେଲେ IAS ନିଖିଳ ପବନ କଲ୍ୟାଣ

ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ସେନସସ୍ ଅପରେସନର ନିର୍ଦ୍ଦେଶକର ଦାୟିତ୍ୱ ସମ୍ଭାଳିବେ। ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଡିଓପିଟି। ଜନଗଣନା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।ନିଖିଳ ପବନ କଲ୍ୟାଣ(ଓଡିଶା କ୍ୟାଡର-୨୦୧୨)ର ଜଣେ ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ପରିଚିତ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଗଣନା ଏବଂ ନାଗରିକ ପଞ୍ଜୀକରଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।୨୦୨୫ ଡିସେମ୍ବର ୩୧ ଯାଏଁ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଛି।

ବର୍ତମାନ କଲ୍ୟାଣ ବର୍ତ୍ତମାନ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବତନ ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ଗତ ମେ ମାସରେ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତ କରିବା ପରେ ଏହି ପଦବୀ ଖାଲି ହୋଇ ପଡ଼ିଥିଲା।

You might also like