ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ ।

ବାରରେ କେବଳ ଗୀତ ଗାଇବା ଓ ବାଜିବାକୁ ଅନୁମତି ଦିଆଯାଇଛି। ମାତ୍ର ନୃତ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଣାଯାଇଥିବା ଏହି ଗାଇଡଲାଇନର ଉଲଂଘନ କଲେ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ ରହିବ ସେନେଇ ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ଉଲଂଘନ କଲେ ପଦକ୍ଷେପ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡିଶାରେ କରିବାକୁ ଦିଆଯିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ ।ବିଭାଗର ଯେଉଁମାନେ ଗାଇଡଲାଇନ ଉଲ୍ଲଂଘନ କରିବେ, ସେଥିପାଇଁ ଲାଇସେନ୍ସି ଦାୟୀ ରହିବେ।ସୂଚନାଯୋଗ୍ୟ, ଏଣିକି ବାରରେ ମହିଳା ଓ ଯୁବତୀମାନେ ଗୀତ ପରିବେଷଣ କରିପାରିବେ। କିନ୍ତୁ ଝିଲିମିଲି ରଙ୍ଗିନ୍ ଆଲୋକରେ ଡିଜେ ତାଳେତାଳେ ନାଚି ପାରିବେ ନାହିଁ। ଅବକାରୀ ବିଭାଗ ବାରଗାର୍ଲଙ୍କ ଗାଇବାକୁ ଅନୁମତି ଦେଇଥିବା ବେଳେ ଯେ କୌଣସି ପ୍ରକାରର ନାଚକୁ ନା କରି ଦେଇଛି। ତେଣୁ ଗାଇ ଜାଣିଥିବା ମହିଳା ଓ ଯୁବତୀମାନେ ବାର୍ରେ ନିଯୁକ୍ତି ପାଇବାରେ କୌଣସି ସମସ୍ୟା ନାହିଁ। କିନ୍ତୁ କେବଳ ନୃତ୍ୟକୁ ପେସା କରି ଜୀବିକା ଅର୍ଜନ କରୁଥିବା ମହିଳା ଓ ଯୁବତୀମାନଙ୍କୁ ବାର୍ରେ ସ୍ଥାନ ନାହିଁ।

You might also like