ଏବେ ସ୍କ୍ରିନରେ ବଦଳିଲା ଧର୍ମେନ୍ଦ୍ରଙ୍କ ନାଁ

ଶାହିଦ କପୁର ଓ କୃତି ସେନନ ଅଭିନୀତ ଫିଲ୍ମ ‘ତେରୀ ବାତୋମେଁ ଐସା ଉଲଝା ଜିୟା’ ଫାଇନାଲୀ ରିଲିଜ ହୋଇଯାଇଛି। ଫିଲ୍ମକୁ ନେଇ ଫ୍ୟାନସଙ୍କ ମଧ୍ୟରେ ବେଶ୍ ଉତ୍ସାହ ମଧ୍ୟ ଦେଖାଯାଉଛି। ସୋସିଆଲ ମିଡିଆରୁ ଆରମ୍ଭ କରି କ୍ରିଟିକ୍ସ ଫିଲ୍ମର ଭଲ ରିଭ୍ୟୁ ଦେଉଛନ୍ତି। ଶାହିଦ ଏବଂ କ୍ରିତୀଙ୍କ ବ୍ୟତୀତ ବଲିଉଡର ହି ମ୍ୟାନ ଧର୍ମେନ୍ଦ୍ର ମଧ୍ୟ ଏହି ଫିଲ୍ମରେ ନଜର ଆସିଛନ୍ତି। କିନ୍ତୁ ଏହି ଚଳଚ୍ଚିତ୍ରରେ ଅଭିନେତା ଧର୍ମେନ୍ଦ୍ର ନୁହଁନ୍ତି ଅନ୍ୟ କିଛି ନାମରେ କ୍ରେଡିଟ ଦିଆଯାଇଛି।

ବଲିଉଡରେ ପାଦ ଥାପିବାର ୬୪ ବର୍ଷ ପରେ ଧର୍ମେନ୍ଦ୍ର ତାଙ୍କ ନାମ ବଦଳାଇଛନ୍ତି। ସେ ତାଙ୍କ ନୂଆ ନାମକୁ ଫିଲ୍ମ ସ୍କ୍ରିନରେ ମେନସନ୍ କରିଛନ୍ତି। ଶାହିଦ କପୁର ଓ କୃତି ସେନନଙ୍କ ଫିଲ୍ମ ‘ତେରୀ ବାତୋମେଁ ଐସା ଉଲଝା ଜିୟା’ରେ ଧର୍ମେନ୍ଦ୍ରଙ୍କୁ ‘ଧର୍ମେନ୍ଦ୍ର ସିଂହ ଦେଓଲ’ ନାମରେ କ୍ରେଡିଟ ଦିଆଯାଇଛି।ତ୍ୟାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କୁ ଧର୍ମେନ୍ଦ୍ର ଭାବେ ଜାଣୁଥିଲେ। ଏ ନେଇ ଅଭିନେତା କେବେ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନାହାନ୍ତି। ତେବେ ଦୀର୍ଘ ବର୍ଷ ପରେ ଧର୍ମେନ୍ଦ୍ର ତାଙ୍କ ନାମରେ ପରିବର୍ତ୍ତନ କରିଥିବା ବେଳେ ଏହାକୁ ସ୍କ୍ରିନ୍‌ରେ ମଧ୍ୟ ମେନସନ୍ କରାଇ ଦେଇଛନ୍ତି।