ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । 

ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ୨୩ ତାରିଖରେ ଏନଆରଟିଏସ ଓ ୨୫ ତାରିଖରେ ପ୍ରାଥମିକ ସ୍କଲାରସିପ ପରୀକ୍ଷା ହେବାର ଥିଲା । ବାତ୍ୟା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷା ପୁଣି କେବେ ହେବ, ସେ ସଂପର୍କରେ ପରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।ନଭେମ୍ବର ୫ ରୁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।