ପ୍ରକାଶ ପାଇଲା ଓସିଏସ ପ୍ରିଲିମ୍ ରେଜଲ୍ଟ ।

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା-୨୦୨୩ ଆଜି ପ୍ରକାଶିତ ହୋଇଛି । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ଏମାନଙ୍କ ମଧ୍ୟରେ ୧୫୭୩ ମହିଳା ମେନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ପରୀକ୍ଷା ୨୦୨୪ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।ଏ ନେଇ ଓପିଏସସି ପକ୍ଷରୁ ନୋଟିସ ପ୍ରକାଶ ପାଇଛି । କୃତକାର୍ଯ୍ୟଙ୍କ ମଧ୍ୟରେ ଅଛନ୍ତି ୧୫୭୩ ମହିଳା । ଲୋକସେବା ଆୟୋଗର ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । ଲିଖିତ ପରୀକ୍ଷା ପାଇଁ ପରେ ତାରିଖ ଧାର୍ଯ୍ୟ କରିବ ଓପିଏସସି। ଓପିଏସ୍‌ସିର ୱେବ୍‌ସାଇଟ୍‌ http://opsc.gov.in କୁ ଯାଇ ନିଜର ରୋଲନମ୍ବର ଦେଲେ ଫଳାଫଳ ଜାଣିପାରିବେ।

You might also like