ଆଜି ହର ପଟ୍ଟନାୟକଙ୍କ ଜନ୍ମଦିନ

ଆଜି ହର ପଟ୍ଟନାୟକଙ୍କ ଜନ୍ମଦିନରେ ମନେ ପକାଉଛି ଓଲିଉଡ୍‌ ଇଣ୍ଡଷ୍ଟ୍ରି ଓ ଓଡିଶା । ୧୯୫୮ ମସିହା ଅକ୍ଟୋବର ୧୨ ତାରିଖରେ କଟକର ହର ପଟ୍ଟନାୟକଙ୍କ ଜନ୍ମ । ଛୋଟ ବେଳୁ କଳା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ମଞ୍ଚ, ନାଟକ ପ୍ରତି ଆକୃଷ୍ଟ କରିଥିଲା । ଧୀରେ ଧୀରେ ନିଜର ମଞ୍ଚ ଏବଂ ନାଟକରେ ଅଭିନୟ କରୁ କରୁ ପାଦ ଥାପିଥିଲେ ଓଲିଉଡ୍‌ ଇଣ୍ଡଷ୍ଟ୍ରି । ଆଉ ଜୀବନ ସଂଗ୍ରାମ ଫିଲ୍ମ ଜରିଆରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ । ଏହାପର ଠାରୁ ଆଉ ପଛକୁ ଫେରିଲେନି ।୧୯୮୫ରେ ଆସିଥିବା ଫିଲ୍ମ ସହରୀ ବାଘ ତାଙ୍କୁ ଘରେ ଘରେ ବେଶ୍‌ ପରିଚିତ କରାଇଥିଲା । ଖାସ୍‌ କରି ହର ପଟ୍ଟନାୟକଙ୍କ ନେଗେଟିଭ୍‌ ରୋଲ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା ।

ଏହାପରେ ୧୯୯୦ରେ ଆସିଥିବା ଫିଲ୍ମ ଦଇବ ଦଉଡି ତାଙ୍କ କ୍ୟାରିୟରରୁ ନୂଆ ଗତି ଦେଇଥିଲା । କାହିଁକି ନା ଏହି ଫିଲ୍ମ ଜରିଆରେ ହର ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ୧୯୯୧ରେ କପାଳ ଲେଖନ, ୧୯୯୩ରେ ଭାଗ୍ୟ ହାତେ ଡୋରି, ୧୯୯୬ରେ ଯଶୋଦା, ସୁହାଗ ସିନ୍ଦୁର, ପୁଅ ମୋର ଭୋଳା ଶଙ୍କର,୨୦୦୭ରେ ପାଗଳ ପ୍ରେମୀ, ୨୦୦୯ରେ ରୋମିଓ ଦି ଲଭର ବୟ, ୨୦୧୨ରେ ଓମ୍‌ ସାଇ ରାମ୍‌ର ନିର୍ଦ୍ଦେଶନା ଦେଇଥିଲେ । ଶେଷରେ ୨୦୧୫ ମସିହା ଜାନୁଆରୀ ୧୫ରେ ମାତ୍ର ୫୬ ବର୍ଷରେ ହର ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।