କ୍ୟାବିନେଟ୍ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ ।
ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । କ୍ୟାବିନେଟ ବୈଠକରେ ସଚିଵଙ୍କ କ୍ଷମତା ସଂକୁଚିତ କରାଯାଇଛି । ତେବେ ବୈଠକରେ ମନ୍ତ୍ରୀଙ୍କୁ ପାୱାର ଫୁଲ କରାଯାଇଛି । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି । । ୫ ଦିନ ପୂର୍ବରୁ ପ୍ରକାଶ ପାଇବ କ୍ୟାବିନେଟ ମିଟିଂ ବିଜ୍ଞପ୍ତି । ସମୟସୀମା ପରିବର୍ତ୍ତନ କରିପାରିବେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ରହିବେ କ୍ୟାବିନେଟ, ରାଜ୍ୟ ମନ୍ତ୍ରୀ, ବିଭାଗୀୟ ସଚିବ ।
ବୈଠକର ୩ ଦିନ ପୂର୍ବରୁ କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ । ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ଗୃହୀତ ଚୂଡ଼ାନ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ନିକଟକୁ ଯିବ କ୍ୟାବିନେଟ ପ୍ରସ୍ତାବ । ପରେ କୌଣସି ପ୍ରସ୍ତାବ ଗ୍ରହଣ କରାଯିବନାହିଁ । କ୍ୟାବିନେଟ ବୈଠକରେ ଉପସ୍ଥିତ ରହିବେ ସଚିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମତିକ୍ରମେ ଅନୁପସ୍ଥିତ ରହିପାରନ୍ତି ।ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ ମାନେ କ୍ୟାବିନେଟ ବୈଠକ ରୁମ କୁ ଯାଇ ପାରିବେ । ପ୍ରସ୍ତାବ ଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀ ମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି । ତେବେ କାହିଁକି ଏଭଳି କ୍ୟାବିନେଟର ଏଭଳି ଢାଞ୍ଚା ଗତ ପରିବର୍ତ୍ତନ ହେଲା ତାକୁ ଲାଗି ରହିଛି ଚର୍ଚ୍ଚା ଆଲୋଚନା । ୮ ତାରିଖର ଏହି ନିର୍ଦ୍ଦେଶ ନାମା ଆଧାରରେ ୧୪ ତାରିଖ ଦିନ ବସିଥିଲା ରାଜ୍ୟ କ୍ୟାବିନେଟ ।
