ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ ଖବର । ବାପାଙ୍କ ଠାରୁ ପୁଅ ଅଲଗା ରହିଲେ ଆଉ କେତେ ରୋଜଗାର ଥିଲେ ପିଏମ ଆବାସ ମିଳିପାରିବ ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର।ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ୫ଶହ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ ।ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ ନମ୍ବର ସଂଯୋଗ ଜରୁରୀ । ଆବେଦନକାରୀ ନିଜେ ବିଭାଗର ଆପ୍‌ରେ ଆବେଦନ କରିବେ । ଗରିବ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ରହିବ । ଆଧାର ସଂଯୋଗ କରାଯିବ ।

ବାପା ପୁଅ ଭିନ୍ନ ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ |ବିକଳାଙ୍ଗ, ବିଧବାଙ୍କୁ ଘର ଦିଆଯିବ |ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ ସେହିଭଳି ଗାଁକୁ କ୍ଲଷ୍ଟର କରାଯାଇ ଘର ଦିଆଯିବ…ରାସ୍ତା,ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ । ପୂର୍ବରୁ ତାଲିକା ପ୍ରସ୍ତୁତ ସମୟରେ ପାତର ଅନ୍ତର ଯୋଗୁ ଅନେକ ହିତାଧିକାରୀ ବାଦ୍‌ ପଡୁଥିଲେ । ପୂର୍ବରୁ ଯେଉଁମାନେ ଆବାସ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଛନ୍ତି ସେମାନଙ୍କୁ ଘର ମିଳିବ । ଏଥିପାଇଁ ବିଭାଗର କର୍ମକର୍ତ୍ତାଙ୍କୁ ଟ୍ରେନିଂ ଦିଆଯିବ । ୨ ମାସ ମଧ୍ୟରେ କାମ ସରିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାଏକ ।

You might also like