ଖୁବ ଶୀଘ୍ର କଟକକୁ ସ୍ମାର୍ଟ ସିଟି କରାଯିବ । 

ଆଜି କଟକରେ ଗୋଟି ଗୋଟି କରି ୩୪ଟି ପୂଜା ମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ମଣ୍ଡପ ଗୁଡିକରେ ସାଜସଜ୍ଜା, ତାରକସି କାମ ଓ ମୃଣ୍ମୟୀ ମୂର୍ତ୍ତି ଦେଖି ଅଭିଭୂତ ହୋଇଯାଇଥିଲେ । କହିଥିଲେ, ଭାଇଚାରାର ସହର କଟକର ହେବ ସର୍ବାଙ୍ଗୀନ ଉନ୍ନତି । ତାସହ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।।ସେ କହିଛନ୍ତି ମୁଁ ପ୍ରାୟ ୪୦ଟି ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲି । ଏମିତି ପୂଜା ପୁରା ବିଶ୍ବରେ ମୁଁ କେଉଁଠି ଦେଖିନାହିଁ । ଏହା ମୋର ସୌଭାଗ୍ୟ ଯେ ମୁଁ ମାଆଙ୍କ ଦର୍ଶନ କଲି । କଟକରେ ଭାଇଚାରା ରହିଆସିଛି । ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ । ଆଗକୁ ଓଡ଼ିଶା ସମୃଦ୍ଧ ଓଡ଼ିଶା ହେବ । ଖାନନଗରରେ ଦହିବରା ଆଳୁଦମ ଖାଇଲେ । ସଂଧ୍ୟାରେ କେନ୍ଦୁଝର ଯାଇ ମାଆଙ୍କୁ ଦର୍ଶନ କରିବେ।