ସ୍କୁଲ ଶିକ୍ଷକଙ୍କ ଅଜବ ଦରଖାସ୍ତ । ମୂଲ ଲାଗିବି ଛୁଟି ଦିଅ ।

ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାରେ, ଓଡ଼ିଶାର ବଲାଙ୍ଗୀର ଜିଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି।ପ୍ରଧାନ ଶିକ୍ଷକ ବି ଦରଖାସ୍ତକୁ ଗ୍ରହଣ କରିଛନ୍ତି । ଶିକ୍ଷକ ପ୍ରଭୁଦତ୍ତ ସ୍କୁଲରେ ଶିକ୍ଷକତା କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ ଦରମା ଟଙ୍କା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରଭୁଦତ୍ତ । ଏବେ ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ମୂଲ ଲାଗିବା ପାଇଁ ବାହାରିଛନ୍ତି ।

ସପ୍ତାହର କିଛି ଦିନ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ଗୋଟେ ଦିନ ଛୁଟି ନେଇ ମୂଲ ଲାଗିବେ । ମୂଲ ପଇସାରେ ନିଜ ଆର୍ଥିକ ସମସ୍ୟାକୁ ଅଳ୍ପ ବହୁତ ଦୂର କରିବେ ଭାବିଛନ୍ତି ସହକାରୀ ଶିକ୍ଷକ ପ୍ରଭୁଦତ୍ତ ।

You might also like