ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ପ୍ରଧାନ ଆଉ ନାହାନ୍ତି।
ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଶନିବାର ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହନ୍ତେ ହୋଇଛି। ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ନାତିନାତୁଣୀ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଗହଣରେ ଖିଆପିଆ କରିଥିଲେ। ତାଙ୍କର କୌଣସି ରୋଗନଥିଲା
ବେଳେ ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।ତେବେ ତାଙ୍କର ଅନ୍ତିମ ସଂତ୍କାର ଲୋଧି ରୋଡ୍ ଶ୍ମଶାନରେ କରାଯିବ ବୋଲି ଜଣାପଡିଛି।ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି।ତାଙ୍କ ପରିବାରରେ ଝିଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁମିତା ରାଉତ, ଏବଂ ପୁଅ ମନୋଜ ଏବଂ ମନ୍ମଥ ରାଉତ ଅଛନ୍ତି। ୨୦୧୭ ମସିହାରେ ତାଙ୍କ ପତ୍ନୀ ମମତା ରାଉତଙ୍କ ମୃତ୍ୟୁ ହୋଇଥିଲା।
