ଓଡ଼ିଆ ସିନେ ଅଭିନେତା ସୋହମ ସିଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଆ ସିନେ ଅଭିନେତା ତଥା ନାୟକ “ସୋହମ ସିଂ” ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଧିରେ ଧିରେ ସେ ସୁସ୍ଥ ହେଉଥିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତର କହିଛନ୍ତି। ସୋହମ ସିଂ ପ୍ରକୃତରେ ନିଜର ଫିଟନେସକୁ ଗୁରୁତ୍ୱ ଦିଅନ୍ତି। ହଠାତ୍ ତାଙ୍କର ଏହି ହୃଦଘାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।ସୋହମଙ୍କ ଆଉ ଏକ ବଡ଼ ବଜେଟର ଆକ୍ସନ ସିନେମା ରିଲିଜ୍ ହେବାକୁ ଯାଉଛି ଯାହାର ନାଁ ଆଲ୍ଲୀ ବଜରଙ୍ଗୱାଲି ।

ଏବେ ତାଙ୍କର ଏକ ଶୋ , ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଛି । ସୋହମ ଓଡ଼ିଆ ସିନେମା” ଅଜାତ ଶତ୍ରୁ”,”ଆଇ ଲଭ ୟୁ ପ୍ରିୟା”,”ରାଓଡ଼ି ରାଜା”ରେ ମୁଖ୍ୟ ନାୟକ ଭୂମିକା ନିର୍ବାହ କରିଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା ।ସୋହମ ସିଂହଙ୍କ ଅସୁସ୍ଥତା ଖବର ଶୁଣିବା ପରେ ଫ୍ୟାନ୍ସ ମାନେ ଦୁଃଖପ୍ରକାଶ କରିଛନ୍ତି ।

You might also like