ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ଓମ୍‌ଫେଡ୍

ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ଓମ୍‌ଫେଡ୍‌ । ଏ ନେଇ ସୂଚନା ଦେଇଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଶ୍ରୀମନ୍ଦିରକୁ ଓମଫେଡ୍ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଘିଅ ଦୈନିନ୍ଦିନ କାର୍ଯ୍ୟରେ ଲଗାଇବେ । ଓମଫେଡରେ ପ୍ରତି ଦିନ 10 ଟନ ଘିଅ ଉତ୍ପାଦନ ହେଉଛି । ଶ୍ରୀମନ୍ଦିରରେ ଦୈନିକ କାର୍ଯ୍ୟ ପାଇଁ ୩ ରୁ ୪ ଟନ୍ ଘିଅ ଆବଶ୍ୟକ । ଓମଫେଡ୍ ଘିଅର ବଜାର ଦର ୭୨୦ ଟଙ୍କା ।

ଜଗନ୍ନାଥଙ୍କ ପାଇଁ ୧ ଲିଟର ପାଇଁ ୫୪୩ ଟଙ୍କା ରେ ଦିଆଯିବ । ୧୫ ଲିଟର ଟିଣ ଦିଆଯିବ ଯାହାର ମୂଲ୍ୟ ରହିବ ୫୩୩ ଟଙ୍କା । ଶୁଦ୍ଧ ଓମଫେଡ ଘିଅ ଶ୍ରୀମନ୍ଦିରରେ ଲାଗିବ । ରାଜ୍ୟର ଅନ୍ୟ ମନ୍ଦିର ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସବୁ ମନ୍ଦିରରେ ଶୁଦ୍ଧ ଓମଫେଡ ଘିଅ ଲାଗିବ । ଶ୍ରୀମନ୍ଦିରକୁ ଓମଫେଡ଼ ଘିଅ ଯୋଗାଣ ନେଇ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।